
ଭୁବନେଶ୍ୱର– ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵର ମ୍ୟୁଜିୟମ ଛକ ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀ, କଳ୍ପନା ଛକ ସ୍ଥିତ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତୀ, ଏଜି ଛକ ସ୍ଥିତ ଜୟୀ ରାଜଗୁରୁ ଓ ଡକ୍ଟର୍ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଏବଂ ୧୨୦ ବାଟାଲିଅନ ଛକ ସ୍ଥିତ ପୂର୍ବତନ ମୁଖ୍ଯମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ଯଗଣ୍ଯ ଅତିଥିଗଣ ତଥା ଅଧିକାରୀମାନେ ଉପସ୍ଥିତ ଥିଲେ ।