ମୁମ୍ବାଇ– ମହାରାଷ୍ଟ୍ର ସରକାର ପକ୍ଷରୁ ୱକ୍ଫ ବୋର୍ଡକୁ 10 କୋଟିର ଫଣ୍ଡ ଦେବା ନିଷ୍ପତ୍ତିକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଅସନ୍ତୋଷ ପ୍ରକାଶ କରିଛି । ବିଶ୍ୱ ହିନ୍ଦୁ ପରିଷଦର ମହାରାଷ୍ଟ୍ର-ଗୋଆ ଅଂଚଳର ମହାସଚିବ ଗୋବିନ୍ଦ ଶେଂଡେ କହିଛନ୍ତି ଯେ, ଏହି ସଂପର୍କରେ ବିହିପ ନେତା ଖୁବଶୀଘ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ଏହାପରେ ବି ଯଦି ସମାଧାନ ନହୁଏ ତେବେ ବିହିପ ରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ।
ବିହିପ ନେତା ଗୋବିନ୍ଦ ଶେଂଡେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ଏବଂ ଯଦି ହିନ୍ଦୁତ୍ୱର ଐତିହ୍ୟକୁ ଆଗକୁ ବଢାଉଥିବା ସରକାର ଏଭଳି କାମ କରିବାକୁ ଯାଉଛି ତେବେ ଲୋକଙ୍କ ସମ୍ମୁଖରେ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ସେମାନଙ୍କୁ ହିନ୍ଦୁତ୍ୱର ଉତ୍ତରାଧିକାର କୁହାଯିବା ଉଚିତ ନା ନାହିଁ । ଶେଂଡେ ଏହା ବି କହିଛନ୍ତି ଯେ, ସରକାରରେ ଯୋଜନା କିଏ ତିଆରି କରୁଛି । ଯେଉଁ ଦଳ କ୍ଷମତାରେ ଅଛି ସିଏ ଯୋଜନା କରୁଛି, ତେବେ ୱାକଫ ବୋର୍ଡକୁ ଅର୍ଥ ଦେବାର କଣ ଆବଶ୍ୟକତା ରହିଛି, ଯାହା ପାଖରେ କୋଟି କୋଟି ଟଙ୍କାର ସଂପତି ରହିଛି ।