
ରାଂଚି-ଜମି ଘୋଟାଲା ମାମଲାରେ ଗିରଫ ଜମି ବ୍ୟବସାୟୀ ଶେଖର କୁଶୱାହାକୁ ତିନି ଦିନ ପଚରାଉଚରା କରିବ ଇଡି । ପିଏମଏଲଏର ସ୍ୱତନ୍ତ୍ର ବିଚାରପତି ରାଜୀବ ରଂଜନଙ୍କ କୋର୍ଟ ଇଡିକୁ ପଚରାଉଚରା ପାଇଁ ଶୁକ୍ରବାର ତିନିଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଇଡି ପକ୍ଷରୁ ପଚରାଉଚରା ପାଇଁ 7ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା ।
ଏହାପୂର୍ବରୁ ଗତ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ ଜମି ବ୍ୟବସାୟୀ ଶେଖର କୁଶୱାହାଙ୍କୁ ପିଏମଏଲଏର ସ୍ୱତନ୍ତ୍ର ନ୍ୟାୟଧୀଶ ରାଜୀବ ରଂଜନଙ୍କ କୋର୍ଟରେ ହାଜର କରିଥିଲା । ହାଜର ସମୟରେ ଶେଖର କୁଶୱାହାକୁ ପଚରାଉଚରା ପାଇଁ କୋର୍ଟରେ ଅନୁମତି ମାଗିଥିଲା ଇଡି ।