ନୂଆଦିଲ୍ଲୀ, ସାର୍ବଜନୀନ କ୍ଷେତ୍ରର ବୀମା କଂପାନୀ ଭାରତୀୟ ଜୀବନ ବିମା ନିଗମର ଅଧ୍ୟକ୍ଷ ସିଦ୍ଧାର୍ଥ ମୋହଂତି ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ନର୍ଥ ବ୍ଳକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ।
ଭାରତୀୟ ଜୀବନ ବିମା ନିଗମ ଭାରତର ସବୁଠୁ ବଡ ସରକାରୀ ଜୀବନ ବିମା କଂପାନୀ ଅଟେ । ଏହା ଦେଶର ସବୁଠୁ ବଡ ନିବେଶକ କଂପାନୀ ମଧ୍ୟ ଅଟେ, ଯାହା ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ସ୍ୱାମୀତ୍ୱରେ ରହିଛି । 1956ରେ ଏହାର ସ୍ଥାପନା ହୋଇଥିଲା ।