
କଟକ, ଜବତ ବାଣକୁ ନିଷ୍କ୍ରିୟ କରିବା ବେଳେ ତାହା ହଠାତ୍ ବିସ୍ଫୋରଣ ହେବାରୁ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି । ମୃତ ହାବିଲଦାରଙ୍କ ନାମ ପ୍ରଦୀପ ମଲ୍ଲିକ ବୋଲି ଜଣାପଡିଛି ।
ଜବତ ବାଣକୁ ଗୋପାଳପୁର ନିକଟ କାଠଯୋଡି ନଦୀ ପଠାରେ ନିଷ୍କ୍ରିୟ କରାଯାଉଥିବା ବେଳେ ଆଜି ଏହି ଅଘଟଣ ଘଟିଛି । ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଏଡିସିପି ଅନିଲ ମିଶ୍ର । ତେବେ ଏହା ବୋମା ନୁହେଁ, ବାଣ ଥିଲା ବୋଲି ସେ କହିଛନ୍ତି।