ପୁରୀ– ଭକ୍ତଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର ଚାରିଦ୍ଵାର । ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ମନ୍ତ୍ରୀ ପରିଷଦଙ୍କ ଉପସ୍ଥିତିରେ ଆଜି ସକାଳେ ଭକ୍ତଙ୍କ ପାଇଁ ଖୋଲାଯାଇଛି ଶ୍ରୀମନ୍ଦିରର ଚାରିଦ୍ଵାର । ସକାଳ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲା ଯାଇଛି । ଗତକାଲି ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତି ହୋଇଥିଲା ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଚାରଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁ ମାନେ ଏନେଇ ଖୁସି ଜାହିର୍ କରିବା ସହ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଚାରି ଦ୍ଵାର ଦେଇ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରୁଛନ୍ତି । ଫଳରେ ଭକ୍ତଙ୍କୁ ଆଉ ବ୍ୟାରିକେଡ୍ ରେ ଘଂଟା ଘଂଟା ଧରି ଛିଡା ହେବାକୁ ପଡୁନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ନେଇ ଭକ୍ତଙ୍କ ପକ୍ଷରୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା ।