ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ସୁପରସ୍ପେଶାଲିଷ୍ଟରେ ଖୋଲିଲା ହୃଦ୍ରୋଗ ବିଭାଗର ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ । ଫଳରେ ରୋଗୀଙ୍କୁ ଆଉ ଯିବାକୁ ପଡିବ ନାହିଁ କେଥ୍ ଲେବରରୁ ସେଂଟ୍ରାଲ ଆଇସିୟୁ । ଏହାକୁ ଏମକେସିଜି ମେଡିକାଲ ସୁପରିଟେଣ୍ଡେଂଟ ସୁଚିତ୍ରା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଏଥିରେ କାର୍ଡିଓଲୋଜିଷ୍ଟ ର ମୁଖ୍ୟ ଡାକ୍ତର ଛବି ଶତପଥୀଙ୍କ ସମେତ ବହୁ ଡାକ୍ତରୀ ଛାତ୍ର ଓ ଡାକ୍ତର ଉପସ୍ଥିତ ଥିଲେ । ଫଳରେ ହୃଦ୍ରୋଗୀ ମାନଙ୍କୁ ଉତମ ଚିକିତ୍ସା ମିଳିପାରିବ ବୋଲି ଡାକ୍ତର ଛବି ଶତପଥୀ ସୂଚନା ଦେଇଛନ୍ତି ।