ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ସମାରୋହର ଫଟୋ ସେୟାର କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲି । ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଶୁଭେଚ୍ଛା ଓ ସରକାରରେ ମନ୍ତ୍ରୀ ଭାବେ ଶପଥ ନେବା ସମସ୍ତଙ୍କୁ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟିଡିପି, ଜନସେନା ଓ ବିଜେପି ସରକାର ଆନ୍ଧ୍ରପ୍ରଦେଶର ଗୌରବର ନୂଆ ଶିଖରକୁ ନେଇଯିବା ଓ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଅଟେ ।