ଭୋପାଳ– ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ସିଆରପିଏଫ ଯବାନ କବୀର ଦାସ ଓଇକେ ସହିଦ ହୋଇଛନ୍ତି । ମଙ୍ଗଳବାର ରାତି 8ଟାରେ କଠୁଆ ଜିଲ୍ଲାର ହୀରାନଗର ସ୍ଥିତ ସୈଦା ସୁଖଳ ଗାଁରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ଗୁଳି ବାଜିବା କାରଣରୁ ସେ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ବୁଧବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଅନ୍ତିମ ସଂସ୍କାର ଗୁରୁବାର ତାଙ୍କ ପୈତୃକ ଗାଁରେ ହେବ । ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ଗାଁରେ ଶୋକର ଲହର ଖେଳିଯାଇଛି ।