ବିଜୟୱାଡା– ତେଲୁଗୁ ଦେଶମ ପାର୍ଟିର ପ୍ରମୁଖ ଏନ.ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି । ରାଜ୍ୟପାଳ ସୟିଦ ଅବଦୁଲା ନଜିର କୃଷ୍ଣା ଜିଲ୍ଲାର କେସରପଲ୍ଲୀରେ ଆୟୋଜିତ ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସମାରୋହରେ ଟିଡିପିରୁ 20, ଜନସେନା ପାର୍ଟିରୁ ପବନ କଲ୍ୟାଣ ସମେତ ଦୁଇ ବିଧାୟକ ଓ ବିଜେପିରୁ ଜଣେ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକାରୀ ପ୍ରମୁଖ ଉପସ୍ଥିତ ଥିଲେ ।