ଭୁବନେଶ୍ୱର- ପାରଳାଖେମୁଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଏକ ଶୋକବାର୍ତାରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ, ଗୋପୀନାଥବାବୁ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ଜଣେ ଜନପ୍ରିୟ ରାଜନେତା ଓ ସାଂସଦ ଭାବରେ ତାଙ୍କର କାର୍ଯ୍ୟ ଗରିମାମୟ ଥିଲା । ସେ ଦୁଇଥର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାର ପରିଚୟ ଦେଇଥିଲେ । ତାଙ୍କ ଜୀବଦ୍ଧଶାରେ ସେ ଅନେକ ସାମାଜିକ-ସାଂସ୍କୃତିକ ଅନୁÂାନ ସହ ଜଡ଼ିତ ଥିଲେ ଓ ଜନସେବାରେ ବ୍ରତୀ ଥିଲେ । ତାଙ୍କ ବିୟୋଗଜନିତ ଶୂନ୍ୟସ୍ଥାନ ଅପୂରଣୀୟ ରହିବା
ବାଚସ୍ପତି ଡ. ପାତ୍ର ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
Related Stories
November 23, 2024