ସୁବର୍ଣ୍ଣପୁର, ସଦ୍ୟ ପ୍ରକାଶିତ ନିଟ୍ ପରୀକ୍ଷାରେ ଡୁଙ୍ଗୁରିପାଲି ବ୍ଲକର ବନ୍ଧପାଲି ଗ୍ରାମର ଶ୍ରୀମତୀ ସ୍ୱାତୀ ଅଗ୍ରୱାଲ ଓ ସଞ୍ଜୟ କୁମାର ଅଗ୍ରୱାଲଙ୍କ ସୁପୁତ୍ର ଅୟୁସ କୁମାର ଅଗ୍ରୱାଲ ସଫଳତା ହାସଲ କରିଛନ୍ତି । ସେ ୭୨୦ ନମ୍ବରୁ ୭୧୫ ରଖି ସର୍ବଭାରତୀୟ ସ୍ତରରେ ୨୦୪ ରାଙ୍କ ରହିଥିବା ବେଳେ ଓଡିଶାର ୧୦ ଟପ୍ପର ମଧ୍ୟରେ ରହିଛନ୍ତି । ଫିଜିକ୍ସରେ ଶତକଡା ୯୯.୯୬, କେମିଷ୍ଟ୍ରିରେ ୯୯.୫୩, ବାଇଲୋଜିରେ ୯୯.୯୦ ତଥା ମୋଟରେ ୯୯.୯୮ ରଖି ଅଂଚଳ ପାଇଁ ଗୌରବ ଆଣିଛନ୍ତି । ସେ ଭବିଷ୍ୟତରେ ଏକ ଡାକ୍ତର ହୋଇ ରୋଗୀ ସେବାରେ ସମୟ ଅଧିକ ଦେବେ ବୋଲି ପ୍ରକାଶ କରିଛନ୍ତି । ଏହି ଖବର ଜଣାପଡିବା ପରେ ଡୁଙ୍ଗୁରିପାଲି ଅଂଚଳରେ ଖୁସିର ଲହରି ଖେଳିଯାଇଛି । ସେ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ବେଳେ ଡୁଙ୍ଗୁରିପାଲିର ଏକ ଘରୋଇ ସ୍କୁଲ ସେନଚୁରିଆନ ପବ୍ଲିକ ସ୍କୁଲ ଡୁଙ୍ଗୁରିପାଲିରେ ମାଟ୍ରିକ ଶିକ୍ଷା ଦାନ ହୋଇଥିଲା ପରେ ବରଗଡ଼ ବିକାଶ କଲେଜରେ ଯୁକ୍ତ ଦୁଇ କରିଥିଲେ । ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାଁ ଗୃହିଣୀ ଅଟନ୍ତି । ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି ।
Related Stories
December 28, 2024