ଭୁବନେଶ୍ୱର,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିୟମିତ ଜାମିନ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ତେବେ ଜାମିନ ଉପରେ ନିମ୍ନ ଅଦାଲତ ସର୍ତ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ ।
ପୂର୍ବରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୯ ତାରିଖରୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଥିଲା । ଖୋର୍ଦ୍ଧା ଏଡିଜେ-୧ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା ।