ପଟ୍ଟାମୁଣ୍ଡାଇ,ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତିର ଅଧକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦେଶ କ୍ରମେ ତାଲୁକ ଫ୍ରଣ୍ଟ ଅଫିସର ତଥା ବରିଷ୍ଠ ଆଇନଜୀଵୀ ଭବାନୀ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓ ପଟ୍ଟାମୁଣ୍ଡାଇ ବାର ଆସୋସିଏସନର କୋଷାଧ୍ୟକ୍ଷ ତଥା ପ୍ୟାନେଲ ଲୟାର ବରିଷ୍ଠ ଆଇନୀଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ସଂଯୋଜନାରେ ପଟ୍ଟାମୁଣ୍ଡାଇ ବାଲିପଡ଼ା ନୋଡାଲ ୟୁ. ପି .ବିଦ୍ୟାଳୟରେ ଆଜି ଦିନ 09:00 ଟା ସମୟରେ ଆଇନ ସଚେତନତା ଶିବିର ତଥା ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣପ୍ରଭା ପ୍ରଧାନ, ଶିକ୍ଷକ ରଂଜିତ କୁମାର ସାହୁ, ଶିକ୍ଷୟତ୍ରୀ ସାବିତ୍ରୀ ମଳିକ, ନିରୁପମା ତ୍ରିପାଠୀ ଶିଶୁ ମାନେ ବିଦ୍ୟାଳୟକୁ ନଯାଇ କିପରି ସମାଜରେ ହୋଟେଲରେ କଳକାରଖାନାରେ ରାସ୍ତା କାମରେ ଶ୍ରମିକ ଭାବେ କାମ କରୁଛନ୍ତି । ସେମାନଙ୍କ ପିତା ମାତାଙ୍କ ପାଇଁ କେଉଁ କେଉଁ କଠୋର ଆଇନ ସବୁ ଅଛି, ଓ ସେମାନଙ୍କୁ କିପରି ସହଜରେ ତାଲୁକ ଆଇନ ସେବା ସମିତି ସାହାଯ୍ୟ କରିପାରିବେ ଏବଂ ଅନ୍ୟ ତଥ୍ୟ ଗୁଡିକ ବିଷୟରେ ଆଲୋଚନା କରି,ଶିଶୁମାନଙ୍କ ଠାରୁ ସମାଜର ସମସ୍ତ ବର୍ଗର ଲୋକଙ୍କର ପାରିବାରିକ, ଜମିଜମା, ଆଇନଗତ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ଓ ତାର ସମାଧାନ କିପରି ତାଲୁକ ଆଇନ ସେବା ସମିତି ସହଜରେ ଶୀଘ୍ର ଏବଂ ମାଗଣାରେ କରିପାରୁଛି ତାହା ବର୍ଣନା କରିଥିଲେ, ଶିକ୍ଷକ ଦିଲୀପ କୁମାର ପଡିହାରୀ ଧନ୍ୟବାଦ ଅର୍ପଣ କରି ସଭାଟିକୁ ଶେଷ କରିଥିଲେ ।