ଭୁବନେଶ୍ୱର-ଉତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତା କାଂଚନବାଳା ମିଶ୍ରଙ୍କର ଗୁରୁବାର ଦିନ ୭୮ବର୍ଷ ବୟସରେ ମୃତୁ୍ୟ ଘଟିଛି । ବାଲିପାଟଣା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ମିଶ୍ରଙ୍କ ପନôୀ କାଂଚନବାଳା ବାଥ୍ରୁମ୍ରେ ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ଅପରାହ୍ନ ୩.୧୫ ମିନିଟ୍ ସମୟରେ ସେ ମୃତୁ୍ୟବରଣ କରିଥିଲେ । ମୃତୁ୍ୟ ବେଳେ ତାଙ୍କର ବଡ଼ପୁଅ ଦେବଦର୍ଶୀ ମିଶ୍ର, ମଝିଆଁ ପୁଅ ପି୍ରୟଦର୍ଶୀ ମିଶ୍ର ଓ ସାନପୁଅ ବିଶ୍ୱଦର୍ଶୀ ମିଶ୍ର, ତିନି ଝିଅଙ୍କ ସମେତ ପ୍ରିୟଦର୍ଶୀଙ୍କ ପନôୀ ରୋଜାଲିନି ପାଟ୍ଟଶାଣୀ ମିଶ୍ର ଉପସ୍ଥିତ ଥିଲେ । ସ୍ୱର୍ଗତ ଜଗନ୍ନାଥ ମିଶ୍ର ବାଲିପାଟଣା ଅଂଚଳର ଚଣାହାଟ ହାଇସ୍କୁଲ୍ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨ ବର୍ଷ ତଳେ ତାଙ୍କର ମୃତୁ୍ୟ ହୋଇଥିଲା । ଦେବଦର୍ଶୀ ଜଣେ ବରିÂ ପ୍ରଫେସର ଭାବରେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଅଛନ୍ତି । ସ୍ୱର୍ଗତା ମିଶ୍ର ଜଣେ ପରୋପକାରୀ, ଧର୍ମପରାୟଣା ଓ ସମାଜସେବୀ ଭାବରେ ସ୍ଥାନୀୟ ଅଂଚଳରେ ବେଶ୍ ପରିଚିତ ଥିବାରୁ ତାଙ୍କ ମୃତୁ୍ୟରେ ବାଲିପାଟଣା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ହସ୍ପିଟାଲରୁ ତାଙ୍କ ମରଶରୀରକୁ ବାଲିପାଟଣାସ୍ଥିତ ତାଙ୍କ ଗ୍ରାମକୁ ଶେଷ ଦର୍ଶନ ଲାଗି ନିଆଯାଇଥିଲା । ସେଠାରେ ଗ୍ରାମବାସୀ ଓ ବହୁ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ । ଗୁରୁବାର ରାତିରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶବ ସଂସ୍କାର କରାଯାଇଥିଲା ।
Related Stories
November 24, 2024