ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ କରିଛନ୍ତି । ସେ ଏକ୍ସ ହ୍ୟାଣ୍ଡେଲ ପୋଷ୍ଟରେ ଆଜି ଯୋଗର ଗୁରୁତ୍ୱ ଉପରେ ଚର୍ଚ୍ଚା କରିଛନ୍ତି । ଉଲ୍ଲେଖନୀୟ ଯେ, ଜୁନ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ । ଗୁରୁତ୍ୱପୂର୍ଣ୍ଣ ଏହା ଯେ, ଅନ୍ତର୍ଜାତୀୟ ଯୋଗ ଦିବସର ସୂତ୍ରଧାର ପ୍ରଧାନମନ୍ତ୍ରୀ ମୋଦି ଅଟନ୍ତି ।
ସେ ଲେଖିଛନ୍ତି ଯେ, ଯେଭଳି ଯୋଗ ଦିବସ ପାଖେଇ ଆସୁଛି, ମୁଁ ଭିଡିଓର ଏକ ସେଟ ସେୟାର କରୁଛି, ଯାହା ବିଭିନ୍ନ ଆସନ ଓ ଏହାର ଲାଭ ଉପରେ ମାର୍ଗଦର୍ଶନ ପ୍ରଦାନ କରିବ । ମୋର ଆଶା ଯେ, ଏହା ଆପଣ ସମସ୍ତଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରିବା ପାଇଁ ପ୍ରେରିତ କରିବ ।
ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ଯେ, ଯୋଗକୁ ନିଜ ଜୀବନର ଅଭିନ୍ନ ଅଙ୍ଗ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇବା ଓ ଅନ୍ୟକୁ ବି ଏହାକୁ ନିଜ ଜୀବନର ଅଂଶ କରିବା ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ ଅଟେ । ଯୋଗ ଶାନ୍ତିର ଅଭୟାରଣ୍ୟ ପ୍ରଦାନ କରିଥାଏ, ଯାହା ଆମକୁ ଶାନ୍ତି ଓ ଧୈର୍ଯ୍ୟର ସହିତ ଜୀବନର ଚ୍ୟାଲେଂଜକୁ ସାମ୍ନା କରିବାରେ ସକ୍ଷମ କରିଥାଏ ।