ନୂଆଦିଲ୍ଲୀ, ନିଟ ପରୀକ୍ଷାକୁ ନିରସ୍ତ କରିବା ପାଇଁ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ଅବସରରେ କୋର୍ଟ ଏନଟିଏକୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଭ୍ୟାକେସନ ବେଂଚ ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ 8ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ପରୀକ୍ଷାର ଗାରିମା ପ୍ରଭାବିତ ହୋଇଛି । ଏଥିପାଇଁ ଏନଟିଏକୁ ଜବାବ ଦେବାକୁ ପଡିବ । ତେବେ ବେଂଚ ଏବେ କାଉନସିଲିଂ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଆନ୍ଧ୍ରପ୍ରଦେଶର ଅବଦୁଲ୍ଲା ମହମ୍ମଦ ଫୈଜ ଓ ଅନ୍ୟମାନେ ପିଟିସନରେ ମେ 5ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରି ପୁଣି ଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ।