ନୂଆଦିଲ୍ଲୀ, ଲଗାତର ଦେଶର ତୃତୀୟ ଥର କ୍ଷମତା ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମିରଙ୍କ ସହ ହୋଇଥିବା ଆଲୋଚନାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ ଦୁଇ ଦେଶର ସଂପର୍କକୁ ଶିଖରକୁ ନେଇଯିବା ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ମୋର ମିତ୍ର, କତାରର ଅମିର ମହାମହିମ ଶେଖ୍ ତମିମ ବିନ ହମଦ ଅଲ ଥାନିଙ୍କ ସହ କଥା ହୋଇ ଖୁସି ହେଲି । ମୁଁ ଭାରତ ପ୍ରତି ତାଙ୍କ ହାର୍ଦ୍ଦିକ ଶୁଭକାମନା ଓ ସକରାତ୍ମକ ଭାବନା ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଆମେ ଭାରତ-କତାର ସଂପର୍କକୁ ଅଦ୍ଭୁତପୂର୍ବ ଶିଖରକୁ ନେଇଯିବା ପାଇଁ ନିଜ ପ୍ରତିବଦ୍ଧତା ଦୋହରାଇଛୁ ।