
ଭୁବନେଶ୍ୱର, ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି । ଆଜି ସାଢେ 4ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପର୍ଯ୍ୟବେକ୍ଷକଭାବେ ମାନ୍ୟବର ରାଜନାଥ ସିଂ ଓ ଭୂପିନ୍ଦର ଯାଦବ ଉପସ୍ଥିତ ରହିବେ । ଏହାପରେ ମାନ୍ୟବର ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକମାନେ ଯିବେ । ଆସନ୍ତା ୧୨ତାରିଖରେ ଦିନ ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ମାନ୍ୟବର ପ୍ରଧାନମନ୍ତ୍ରୀ ୨ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ ଓ ସନ୍ଧ୍ୟା ୫ଟାରେ ଜନତା ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପ୍ରତାପ ଷଡଙ୍ଗୀ ।