ଚେନ୍ନାଇ(ତାମିଲନାଡୁ), ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ତଥା ଦ୍ରବିଡ଼ ମୁନେତ୍ର କଡ଼ଗମ (ଡିଏମକେ) ର ଅଧ୍ୟକ୍ଷ ଏମକେ ଷ୍ଟାଲିନ ଥଥୁକୁଡି ଆସନରୁ ସାଂସଦ କାନିମୋଝିଙ୍କୁ ଦୁଇ ସଦନରେ ପାର୍ଟିର ସଂସଦୀୟ ଦଳର ନେତା ଘୋଷଣା କରିଛନ୍ତି । ଏଥି ସହିତ ଟିଆର ବାଲୁଙ୍କୁ ଲୋକସଭା ଏବଂ ତିରୁଚି ଶିବାଙ୍କୁ ରାଜ୍ୟସଭାରେ ଦଳର ନେତା ଘୋଷଣା କରାଯାଇଛି ।
କାନିମୋଝି ଦୁଇ ଥର ଥୁଥୁକୁଡ଼ି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ ଅନାଦ୍ରମକ ପ୍ରାର୍ଥୀ ଶିବସାମୀ ବେଲୁମଣିଙ୍କୁ ୩,୯୨,୭୩୮ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆସନରେ ୩,୪୭,୨୦୯ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।
ଡିଏମକେ ସାଂସଦ ଦୟାନିଧି ମାରନଙ୍କୁ ଲୋକସଭାର ଉପନେତା ଏବଂ ସାଂସଦ ଏମ ସଂମୁଗମଙ୍କୁ ରାଜ୍ୟସଭାର ଉପନେତା ଘୋଷିତ କରାଯାଇଛି । ସେହିପରି ସାଂସଦ ଏ. ରାଜା ଲୋକସଭାରେ ଡିଏମକେ ର ସଚେତକ ହେବେ । ସାଂସଦ ପି. ବିଲସନ ରାଜ୍ୟସଭାର ପାର୍ଟି ସଚେତକ ହେବେ ।
ଏହା ବ୍ୟତୀତ ସାଂସଦ ଏସ ଜଗତରକ୍ଷକନ ଲୋକସଭା ଏବଂ ରାଜ୍ୟସଭା ଦୁଇଟି ପାଇଁ ଡିଏମକେ ସଂସଦୀୟ କୋଷାଧ୍ୟକ୍ଷ ରୂପେ କାର୍ଯ୍ୟ କରିବେ ।