-
ଆତଙ୍କବାଦୀଙ୍କ ତଲାସ୍ ରେ ୧୧ ଟିମ୍
ରିୟାସି– ଶିବଖୋଡି ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀ ମାନଙ୍କ ତଲାସ୍ ପାଇଁ ଅଭିଯାନକୁ ଜୋରଦାର୍ କରିଛି । ସେନା ଓ ସିଆରପିଏଫ ର ୧୧ଟି ଟିମ୍ ରିୟାସି ଜଙ୍ଗଲରେ ଘେରାବନ୍ଦୀ କରିଛନ୍ତି ।
ଆକ୍ରମଣ ପରେ ଆତଙ୍କବାଦୀ ମାନେ ଏହି ଜଙ୍ଗଲ ଆଡକୁ ପଳାୟନ କରିଥିଲେ । ଏହି ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସେଠାରେ କମାଣ୍ଡୋଙ୍କୁ ସର୍ଚ୍ଚ ଅପରେସନରେ ଲଗାଯାଇଛି । ଡ୍ରୋନ୍ ସହାୟତାରେ ତଲାସୀ ଅଭିଯାନ ଜାରି ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ରବିବାର ଜମ୍ମୁ-କାଶ୍ମୀରର ଶିବଖୋଡି ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ୪୧ ଜଣ ଆହତ ହୋଇଥିଲେ ।