ଭୁବନେଶ୍ୱର– ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଂଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍ ଧାମରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜୁନ ୧୪ ତାରିଖରୁ ତିନିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ୱର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ । ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲ୍ଡିଂ ଆକର୍ଷଣର ଅନ୍ୟତମ ବିନ୍ଦୁ ରହିବ । କୁନିକୁନି ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ନାରୀ ଶକ୍ତିର ନିଆରା ଝଲକ ମଧ୍ୟ ଏହି ରଜ ମହୋତ୍ସବ ପାଳନର ପ୍ରତ୍ୟେକଟି ଭାଗରେ ପ୍ରତିବିମ୍ବିତ ହେବ । ଓଡ଼ିଶାର କଳାସଂସ୍କୃତି ଅକ୍ଷୁର୍ଣ ରଖିବାକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଂଚ ପ୍ରତିବଦ୍ଧ ବୋଲି ସମ୍ପାଦକ ଡ଼ ଚିନ୍ମୟା ନନ୍ଦ ବଡଜେନା ସୂଚନା ଦେଇ କହିଛନ୍ତି ।
Related Stories
November 22, 2024