ବଲାଙ୍ଗୀର, ବଲାଙ୍ଗିର ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ସମ୍ପାଦକ କୁଶଧ୍ବଜ ସାହୁ (ବାବା) ପାଟଣାଗଡ ନିକଟ ବଥଲ୍ଲା ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଚାକିରି କରୁଛନ୍ତି । ଜଣେ ଆଲୁମନି କମିଟି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଶ୍ରୀ ସାହୁ ସେହି ସ୍କୁଲରେ ପ୍ରଥମେ ପିଅନ ଭାବରେ ଚାକିରି କରୁଥିଲେ, ପରେ କୌଣସି ଉପାୟରେ ଏକ ହିନ୍ଦୀ ସାର୍ଟିଫିକେଟ ଯୋଗାଡ କରି ବର୍ତ୍ତମାନ ହିନ୍ଦୀ ଶିକ୍ଷକ ଭାବରେ ଆଜି ପର୍ଯ୍ୟନ୍ତ କାମ କରୁଛନ୍ତି । ଏ ବିଷୟରେ ଉକ୍ତ ଆଲୁମିନି ସଭ୍ୟ ବଲାଙ୍ଗିର ଡିଇଓ ଙ୍କ ପାଖରେ ବହୁତ ଦିନ ହେଲା ଏ ବିଷୟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସେହି ହିନ୍ଦୀ ଶିକ୍ଷକଙ୍କ ଦରମା ବନ୍ଦ କରି ଉକ୍ତ ସାର୍ଟିଫିକେଟ ର ସତ୍ୟତା ଉପରେ ବିଭାଗିୟ ଅନୁସନ୍ଧାନ ଜାରି ରଖିଛନ୍ତି । ପୁଣି ଅଭିଯୋଗ ହେଉଛି ଯେ, ଉକ୍ତ ଶିକ୍ଷକ କୁଶ ସାହୁଙ୍କ ସ୍ତ୍ରୀ ସ୍ଥାନୀୟ ସରପଂଚ ହୋଇଛନ୍ତି ତେଣୁ ଶ୍ରୀ ସାହୁ ବେନାମୀ ଠିକାରେ ବ୍ୟସ୍ତ କରି ଅଧିକାଂଶ ଦିନ ସ୍କୁଲ ଯାଉନାହାନ୍ତି । ନିକଟରେ ବିଡିଓ ସ୍କୁଲ ପରିଦର୍ଶନ କଲା ସମୟରେ ସେ ବିନା କାରଣରେ ସ୍କୁଲରେ ଅନୁପସ୍ଥିତ ଥିଲେ, ଯାହା ଫଳରେ ଜିଲ୍ଲାପାଳ ପୂର୍ବରୁ ଚାରିଦିନ ଦରମା ବନ୍ଦ କରିଛନ୍ତି । ବର୍ତ୍ତମାନ ଶ୍ରୀ ସାହୁଙ୍କ ଚାକିରି ଅନୁସନ୍ଧାନ ଫଳାଫଳ ଉପରେ ନିର୍ଭର କରେ ।
Related Stories
November 22, 2024