ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜର ତୃତୀୟ କାର୍ଯ୍ୟକାଳର ଦାୟୀତ୍ଵ ନେବା ସହ ଚାଷୀଙ୍କୁ ପିଏମ କିସାନ ସମ୍ମାନ ନିଧି ର ୧୭ତମ କିସ୍ତି ଜାରି କରିବା ସମ୍ପର୍କିତ ଫାଇଲରେ ହସ୍ତାକ୍ଷର କରିଛନ୍ତି । ୯.୩ କୋଟି ଚାଷୀଙ୍କୁ ଏହାର ଲାଭ ମିଳିବ । ପ୍ରାୟ ୨୦ ହଜାର କୋଟି ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ଖାତାକୁ ପଠାଯିବ ।
ଏହି ଫାଇଲ୍ ରେ ହସ୍ତାକ୍ଷର କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ ।