ଲକ୍ଷ୍ନୌ- ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ରେ ନିଜର ପ୍ରଥମ କାର୍ଯ୍ୟକାଳରେ ଦେଶବାସୀଙ୍କୁ ସମ୍ବୋଧନ କରିବା ପାଇଁ ମନ କୀ ବାତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ୨୦୨୪ ରେ ଲୋକସଭା ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ଫେବୃଆରୀ ୨୫ ତାରିଖରେ ମୋଦୀ ଆଗାମୀ ତିନି ମାସ ମନ କୀ ବାତ୍ କାର୍ଯ୍ୟକ୍ରମ ନକରିବା ନେଇ ଘୋଷଣା କରିଥିଲେ । ପୁଣି ଥରେ ଶାସନ କ୍ଷମତାକୁ ଫେରିବାର ଭରସା ଦେବା ସହିତ ମୋଦୀ କହିଥିଲେ ଯେ, ଆଗାମୀ ଥର ମନ କୀ ବାତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୧୧ ଶୁଭ ଅଙ୍କରୁ ହେବ, ଏହା ଠାରୁ ଭଲ କଥା ଆଉ କଣ ହୋଇପାରେ ।
୧୮ ତମ ଲୋକସଭା ନିର୍ବାଚନରେ ବହୁମତ ସହିତ ଶାସନ କ୍ଷମତାକୁ ଫେରିଥିବା ଭାଜପାନିତ ଏନଡିଏ ରେ ମୋଦୀ ଜୁନ୍ ୯ ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଫଳରେ ସମ୍ଭାବନା ରହିଛି ଯେ, ଜୁନ୍ ୨୩ ତାରିଖ ରବିବାର ଦିନ ତୃତୀୟ କାର୍ଯ୍ୟକାଳରେ ମନ୍ କି ବାତ୍ ର ପ୍ରଥମ କାର୍ଯ୍ୟକ୍ରମ ପ୍ରସାରଣ ହେବ । ଯଦିଓ ଏ ବାବଦରେ ଅଦ୍ୟାବଧି କୌଣସି ଅଫିସିଆଲ ସୂଚନା ବା ଘୋଷଣା କରାଯାଇନାହିଁ ।