
ଭୁବନେଶ୍ୱର– ଅଡୁଆରେ ରାଉଲକେଲାର ନବନିର୍ବାଚିତ ବିଧାୟକ ସାରଦା ନାୟକ । ବିଧାୟକ ସାରଦା ନାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଛି । ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ରାଜ କୁମାର ଯାଦବ ନାମକ ଜଣେ ବ୍ୟକ୍ତି ମାମଲା ଦାୟର କରିଛନ୍ତି । ମିଥ୍ୟା ସତ୍ୟପାଠ ଦାଖଲ କରି ସାରଦା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।