ନୂଆଦିଲ୍ଲୀ, ଆଦିତ୍ୟ-ଏଲ 1 ମିଶନ ଆଉ ଏକ ସଫଳତା ହାସଲ କରିଛି । ମିଶନର ଏସୟୁଆଇଟି ଓ ଭିଇଏଲସି ଉପକରଣ ମେ ସମୟରେ ସୂର୍ଯ୍ୟଙ୍କ ଗତିଶୀଳ ଗତିବିଧିକୁ କଏଦ କରିଛି ।
ସୋମବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଆଦିତ୍ୟ ଏଲ ୱାନର ଫଟୋ ସେୟାର କରି କହିଛି ଯେ, କୋରୋନଲ ମାସ ଇଜେକ୍ସନ ସହିତ ଜଡିତ କିଛି ଏକ୍ସ-କ୍ଲାସ ଓ ଏମ-କ୍ଲାସ ଫ୍ଲେୟର୍ସ ରେକର୍ଡ କରିଛି, ଯାହାକି ଗୁରୁତ୍ୱପୂର୍ଣ୍ଣ ଭୂ-ଚୁମ୍ବକୀୟ ଝଡ ସୃଷ୍ଟି ହୋଇଥିଲା ।
ଉଲ୍ଲେଖନୀୟ ଅଟେ ଯେ, ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ ଏଲ-1 ଜାନୁୟାରୀ 6ରେ ଏଲ 1 ପଏଂଟର ହେଲୋ ଅର୍ବିଟରେ ପଂହଚାଯାଇଥିଲା ।