ଦିଲ୍ଲୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିଲ୍ଲୀ ସ୍ଥିତ ରାଜଭବନ ସିଂହ ଏବଂ ନୀତୀନ ଗଡକାରୀଙ୍କ ବାସଭବନରେ ପହଂଚି ତାଙ୍କୁ ଔପଚାରିକ ସାକ୍ଷାତ କରିଥିଲେ । ଯୋଗୀ ତାଙ୍କୁ ନରେନ୍ଦ୍ର ମୋଦି ସରକାର-3ରେ ପୁନଃ କେନ୍ଦ୍ରମନ୍ତ୍ରୀ କରାଯିବାକୁ ନେଇ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଉଭୟ ବରିଷ୍ଠ ନେତା ଯୋଗୀଙ୍କ ସହ ବାର୍ତ୍ତାଳାପ କରିଥିଲେ । କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଲଗାତର ସାରା ଦେଶରେ ପାର୍ଟି ପାଇଁ ପ୍ରଚାର କରିବା ଉପରେ ମନୋବଳ ବଢାଇଥିଲେ ।