ନୂଆଦିଲ୍ଲୀ, ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ଏନଡିଏ ସରକାରର ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କ ଦିଲ୍ଲୀ ପହଂଚିବା ଆରମ୍ଭ ହୋଇଯାଇଛି । ରବିବାର ସକାଳେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ନୂଆଦିଲ୍ଲୀରେ ପହଂଚିଛନ୍ତି ।
ଭାରତୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ୍ସ ପୋଷ୍ଟ କରି ଏନେଇ ସୂଚନା ଦେଇ କହିଛନ୍ତି ଯେ, ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କର ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ନୂଆଦିଲ୍ଲୀରେ ସ୍ୱାଗତ କରାଯାଇଛି । ଏୟାରପୋର୍ଟରେ ସଚିବ ପବନ କପୁର ତାଙ୍କୁ ନେବାକୁ ପହଂଚିଥିଲେ । ଭାରତ ଓ ମାଳଦୀପ ସାମୁଦ୍ରିକ ବୁଝାମଣା ଓ ନିକଟତମ ପଡୋଶୀ ଅଟେ ।
ଏହାପୂର୍ବରୁ ଶପଥ ଗ୍ରହଣ ସମାରୋହ ପାଇଁ ଶନିବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ନୂଆଦିଲ୍ଲୀରେ ପହଂଚିସାରିଛନ୍ତି ।