
ଜୟପୁର, ଜୟପୁର ପେପର ମିଲରେ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵପୁଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ଉପ ଜିଲାପାଳ ପ୍ରଭାତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏସଡିପିଓ ଅଙ୍କିତ କୁମାର ବର୍ମା, ପୌରନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି, ଜିଲା ଶ୍ରମ ଅଧିକାରି ବୃନ୍ଦାବନ ସେଠୀଙ୍କ ସହ ପେପର ମିଲ କତ୍ତୃପକ୍ଷ ଓ କେତେକ ଅବସରପ୍ରାପ୍ତ କର୍ମଚାରି ଉପସ୍ଥିତ ଥିଲେ । ଏନେଇ ଅବସରପ୍ରାପ୍ତ କର୍ମଚାରିଙ୍କ ଦରମା ଆଦି ସମସ୍ୟା ରହିଛି ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି ।