ବଲାଙ୍ଗିର, ସହଯୋଗ ଫାଉଣ୍ଡେସନ ର ପ୍ରଯୋଜନାରେ ସବୁ ରବିବାର ପରି ଅଜି ୯ ଜୁନ ରବିବାର ଦିନ ଅନ୍ନପୂର୍ଣ୍ଣା ଯୋଜନାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ୪୦୦ ରୁ ଅଧିକ ହିତାଧିକାରୀଙ୍କୁ ଭାତ, ଡାଲମା, ଖଟା ଇତ୍ୟାଦି ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ କଳକଂହୁ ତ୍ରିପାଠୀ ଓ ଅନ୍ୟ ସହଯୋଗୀ ମାନଙ୍କ ସହଯୋଗରେ ବଲାଙ୍ଗିର ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସହଯୋଗରେ କାର୍ଯ୍ୟ ସମାପନ ହୋଇଥିଲା। ସହଯୋଗ ଫାଉଣ୍ଡେସନର ସ୍ବେଛାସେବୀ ଓ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏହି ଯୋଜନା ଚାଲୁ ରହିଛି।
ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆପଣ ମାନଙ୍କ ସେବା ଓ ସମର୍ପଣ ସହଯୋଗ ବିନା ଫାଉଣ୍ଡେସନ ସମାଜର ବିଭିନ୍ନ ଆବଶ୍ୟକ କରୁଥିବା ଜନ ସାଧାରଣ ପ୍ରତି ଏହି ସେବା ପ୍ରଦାନ କରି ଆସୁଛି ତାହା ଆଗକୁ ମଧ୍ୟ ବଳବତ୍ତର ରଖିବାକୁ ଆଶା ପୋଷଣ କରୁଛି।