ଲକ୍ଷ୍ନୌ– ଲୋକସଭା ନିର୍ବାଚନ ଫଳାଫଳରେ ବିଜେପିକୁ ଉତରପ୍ରଦେଶରେ ଝଟକା ଲାଗିଛି । ବିଜେପିର ଆସନ ସଂଖ୍ୟା ୬୨ ରୁ ହ୍ରାସ ପାଇ ୩୩ରେ ପହଂଚିଛି । ସମାଜବାଦୀ ପାର୍ଟି (ସପା) ୩୭ ଆସନ ସହିତ ବଡ ଶକ୍ତି ଭାବେ ଉଭା ହୋଇଛି । ସପା- କଂଗ୍ରେସ ମେଂଟ କରି ଏହି ନିର୍ବାଚନ ଲଢିଥିଲେ । ଗତ ଦୁଇ ନିର୍ବାଚନରେ ମେଂଟ ର ରାଜନୀତି ବିଜେପିକୁ କ୍ଷତି ପହଂଚାଇଛି । ତଥାପି ବାସ୍ତବତା ମଧ୍ୟ ଏହା ଯେ, ବିରୋଧି ମେଂଟର ତମାମ ପ୍ରଚେଷ୍ଟା ପରେ ମଧ୍ୟ ବିଜେପି ଉପରେ ନିର୍ଣ୍ଣାୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି । ଗତ ଏକଦଶକରେ ପ୍ରଦେଶର ରାଜନୀତିରେ ବିଜେପି ବଡ ଶକ୍ତି ହୋଇ ଉଭା ହୋଇଛି ।