-
କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୪୩.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୪୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଜପତି ଜିଲ୍ଲାର ଆର. ଉଦୟଗିରିରେ ୧୯.୪ ମି.ମି., କନ୍ଧମାଳ ଜିଲ୍ଲାର କେ. ନୂଆଗାଁରେ ୧୬.୨ ମି.ମି., ଗଜପତି ଜିଲ୍ଲାର ନୂଆଗଡ଼ରେ ୧୦.୨ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୩.୦ ମି.ମି., ରାୟଗଡ଼ ଜିଲ୍ଲାର କୋତ୍ରାଗୁଡାରେ ୨.୪ ମି.ମି., କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୨.୨ ମି.ମି., କୋରାପୁଟ ଜିଲ୍ଲାର ନନ୍ଦପୁରରେ ୨.୦ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।