ଗଞ୍ଜାମ, ଶେରଗଡ଼ ବ୍ଳକର ପିତଳ ପଂଚାୟତ ଡ଼େଙ୍ଗୁ, ମାଲେରିଆ, ଝାଡ଼ାବାନ୍ତି ଭଳି ସଂକ୍ରମଣ ପ୍ରବଣ ଅଂଚଳ । ଦୀର୍ଘ ଏକ ବର୍ଷ ହେଲା ପିତଳ ଅଂଚଳର ବଜାରରେ ଡ୍ରେନ ଗୁଡିକୁ ପଂଚାୟତ ପକ୍ଷରୁ ସଫା କରାଯାଇନଥିବାରୁ ଏହି ଅଂଚଳରେ ମଶାମାଛିଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକେ ରାତିରେ ଭଲରେ ଶୋଇ ପାରୁନାହାଁନ୍ତି କି ଦିନରେ ଖାଇପାରୁ ନାହାନ୍ତି । ବଜାରରେ ଜଣେ ବ୍ୟକ୍ତି ସର୍ବସାଧାରଣ ଡ୍ରେନରେ ମାଟି, ମଇଳା ଗଦେଇ ରଖିବା ଫଳରେ ଡ୍ରେନର ପଚା ମଇଳା ପାଣି ନିଷ୍କାସିତ ନହୋଇ ଏହି ଅଂଚଳ ଦୁର୍ଗନ୍ଧମୟ ହୋଇପଡୁଛି । ପିତଳ ପଂଚାୟତ କର୍ତୃପକ୍ଷ ସଂପୃକ୍ତ ଅବରୋଧକାରୀ ବ୍ୟକ୍ତିଙ୍କୁ ଡ୍ରେନ ସଫା ରଖିବାକୁ ତାଗିଦ୍ କରିବା ସହ ବର୍ଷାଋତୁ ଆସିବା ପୂର୍ବରୁ ପିତଳର ସମସ୍ତ ଡ୍ରେନ ଲଟାବୁଦା ଗଳିକନ୍ଦିର ଅଳିଆଆବର୍ଜନା ସଫା କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 24, 2024
November 24, 2024