କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ନୀଳାଦ୍ରି କଲ୍ଚରାଲ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ପରି ଆସନ୍ତା 14 ଜୁନ ଠାରୁ ରଜ ମହୋତ୍ସବ ପାଳନ କରାଯିବା ।ଏହି ଉତ୍ସବ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ତିନିଦିନ ଧରି ପାଳନ କରାଯିବା ।ଏହିଉତ୍ସବ ପାଳନ ଅବସର ରେ ପୁରୀ ପୌରପାଳିକା ର 32 ଟି ୱାର୍ଡ ର ମହିଳା ଏବଂ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମହିଳା ମାନଙ୍କ ମଧ୍ୟରେ ଝୋଟି, ଚିତା, ଶଙ୍ଖ, ହୁଳହୁଳି,ପୁଚିଖେଳ ସେହିପରି ବାଳିକାମାନେ ରଙ୍ଗୋଲି ରଜ କୁଇଜ୍ ,ଦଉଡ଼ି ଡିଆଁ,ମେହେନ୍ଦି ଆଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।ସର୍ବ କନିଷ୍ଠ ଓ କନିଷ୍ଠ ଏହିପରି ଦୁଇଟି ଦଳ ରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ବନିତା ଦିଖିତ, ରୂପାଲିନ ଜେନା ,ବନ୍ଦନା ବେହେରା , ରଞ୍ଜିତା ରଥ,ସରୋଜିନୀ ନାୟକ ,ଶୋନଲତା ବିଶୋଇ,ଜ୍ୟୋସ୍ତ୍ନା ରାଣୀ ମହାପାତ୍ର ବିଚାରକ ରହିଥିଲେ । ବିଭିନ୍ନ ୱାର୍ଡ ର ମହିଳା ମାନଙ୍କ ମଧ୍ୟରେ ସୂ ସମ୍ପର୍କ ଓ ସମନ୍ୱୟ ପ୍ରତିଷ୍ଠା କରିବା ଏହି କାର୍ଯକ୍ରମ ର ଉଦ୍ଦେଶ୍ୟ ବୋଲି ସମ୍ପଦକ ପ୍ରମୋଦ ଜେନା ଓ ସଭାପତି ପ୍ରଦ୍ୟୁମ୍ନ ମିଶ୍ର ପ୍ରକାଶ କରିଛନ୍ତି ।ଆସନ୍ତା ରଜ ମହୋତ୍ସବ ରେ ସମସ୍ତ କୃତିପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ ବୋଲି ଶ୍ରୀଯୁକ୍ତ ଜେନା ସୂଚନା ଦେଇଛନ୍ତି ।ଏହି କାର୍ଯକ୍ରମ କୁ , ଯୋଗେନ୍ଦ୍ର ପାତ୍ର,ବିଜୟ ନୃସିଂହ ଦାସ,ମନୋଜ କୁମାର ନିଶଙ୍କ , କାହ୍ନ| ସିଂ, ଦିପ୍ତିରେଖା ରାଉତରାୟ ସହଯୋଗ କରିଥିଲେ । କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ମିଶ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
Related Stories
November 24, 2024
November 24, 2024