
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପାଣ୍ଡିଆନଙ୍କ ନାମରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଦାଖଲ କରିବା ପରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ପଣ୍ଡିଆନ୍ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି। ଖଣି, ନଗର ଉନ୍ନୟନ, ଅବକାରୀ, ରାଜସ୍ବ ତଥା ଅନେକ ବିଭାଗରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରିଛନ୍ତି।
କେବଳ ସେତିକି ନୁହେଁ କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଅର୍ପଣ ରଥ ଆଳରେ ମହାପ୍ରଭୁଙ୍କୁ ବୁଲାଇ ଭିକ ପାଣ୍ତିଆନ ମଗାଇଥିବା ସେ କହିଛନ୍ତି। ଓଡ଼ିଶାରେ ବେଆଇନ ଭାବେ ଶାସନ କାଳକୁ କବଜା କରିବା, ବ୍ୟାପକ ଦୁର୍ନୀତି କରିବା, ମହାପ୍ରଭୁଙ୍କୁ ଅପମାନ କରିଥିବା ଆଦି ଅଭିଯୋଗରେ ଇଡି ପାଣ୍ଡିଆନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ସେନା ଦାବି କରିଛି ।