ଭୁବନେଶ୍ୱର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଫୋକସ ଲାଇଟ୍ ପ୍ରତ୍ୟାହାର ପ୍ରସଙ୍ଗ । ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ସହ ଲାଇଟ୍ ଗୁଡ଼ିକୁ ପୁନଃ ସଂସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ତଦନ୍ତ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାପାଳ ରଖିଛନ୍ତି ପ୍ରତିକ୍ରିୟା । ଏକ ଘରୋଇ ଇଭେଣ୍ଟ କମ୍ପାନୀକୁ ଦିଆଯାଇଥିଲା ଦାୟିତ୍ଵ । ବିନା କୌଣସି ସୂଚନାରେ ଇଭେଣ୍ଟ ସଂସ୍ଥା ଲାଇଟ୍ ଗୁଡ଼ିକ ପ୍ରତ୍ୟାହାର କରି ନେଇଛି । ଲାଇଟ୍ ନେବା ବେଳେ ଇଭେଣ୍ଟ ସଂସ୍ଥାର ଚାରି ଜଣଙ୍କୁ ସିଂହଦ୍ଵାର ପୋଲିସ ଅଟକ ରଖିଛି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀମନ୍ଦିର ଉନ୍ନୟନ ଅଧିକାରୀ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ସଂସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏଏସଆଇ ସହିତ ଆଲୋଚନା ପରେ ଏହାର ସ୍ଥାୟୀ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Related Stories
November 26, 2024