କୋରାପୁଟ- ଜିଲ୍ଲା ଶିକ୍ଷା ଅଧିକାରୀ (ଡ଼ିଇଓ)ଙ୍କ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ ଆଜି କୋରାପୁଟ ଡ଼ିଇଓ ପ୍ରମୋଦ ପଣ୍ଡାଙ୍କୁ କଟକରୁ ଗିରଫ କରିଛି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଡ଼ିସେମ୍ବର ୮ ତାରିଖରେ ଶିକ୍ଷକ ଚିତରଞ୍ଜନ ପଣ୍ଡା ଡ଼ିଇଓଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରୁ ଜବତ ସୁଇସାଇଡାଲ ନୋଟ୍ ରୁ ସେ ମାନସିକ ଚାପରୁ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏହି ସୁଇସାଇଡାଲ ନୋଟ୍ ରେ ତାଙ୍କ ମୃତ୍ୟୁ ପାଇଁ ସେ ଡ଼ିଇଓଙ୍କ ସମେତ ୮ ଜଣଙ୍କୁ ଦାୟୀ କରିଛନ୍ତି । ଡ଼ିଇଓଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ପୂର୍ବରୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା କୋରାପୁଟ ପୋଲିସ । ଆଜିକୁ ମିଶାଇ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।