-
ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ
ଭୁବନେଶ୍ୱର,ପୁରୀ ଶ୍ରୀମନ୍ଦିର ନିକଟରେ ଆଲୋକୀକରଣ ବନ୍ଦ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜାଂଚ କରିବାକୁ ନିର୍ଦେଶ ଦେଇଛନ୍ତି । ସେ ପୁରୀର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ନିର୍ଦେଶ ଦେବା ସହ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।
ଉଲ୍ଲେଖନୀୟ ଯେ, ରାଜ୍ୟରେ ବିଜେଡି ସରକାରଙ୍କର ପରାଜୟ ପରେ ଶ୍ରୀମନ୍ଦିର ଚାରିପଟୁ ଲାଇଟ୍ ଖୋଲି ନିଆ ଯାଇଥିବା ଅଭିଯୋଗ ହୋଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ବଡ଼ ବଡ଼ ଲାଇଟ୍ ଲଗାଯାଇଥିଲା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। ଠିକାଦାର ରାତାରାତି ଲାଇଟ୍ ଖୋଲିନେଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ ଠିକାଦାର ଲାଇଟ୍ ଖୋଲିନେଇଥିବା କୁହାଯାଉଛି।