ଭୁବନେଶ୍ୱର, ଶ୍ରୀମନ୍ଦିର ଚାରି ପାଖ ଲାଇଟ ଖୋଲାଯିବା ନେଇ ଭାରତୀୟ ଜନତା ପାର୍ଟି ଚିନ୍ତା ପ୍ରକଟ କରିଛି । । ଲାଇଟ ଖୋଲିବା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ବିଜେପି । ବିଜେପି ନେତା ବିରଂଚି ତ୍ରିପାଠୀ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତା ଜନକ ବିଷୟ । ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ କାମଚଳା ସରକାରରେ ଅଛନ୍ତି, ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଲାଇଟ ଲଗାଇବା ପାଇଁ ଏଭଳି ସଂସ୍ଥାକୁ କେମିତି ଦେଲେ ଦାୟିତ୍ଵ ? ନୂଆ ସରକାର ଶପଥ ନେବା ପୂର୍ବରୁ ଲାଇଟ କାଢି ନେଇ ମନ୍ଦିରକୁ ଅନ୍ଧାର କରାଯିବା ଲଜ୍ଜ୍ୟା ଜନକ ବିଷୟ । ବିଜେପି ସରକାର ଶପଥ ନେବା ପରେ ଯେଉଁ ମାନେ ଏଥିରେ ସଂପୃକ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଠିକା ସଂସ୍ଥା ଯଦି ଲଗାଇଥିଲା ସେ ମନ ଇଚ୍ଛା ଲଗାଇ ନଥିବ । ସରକାରଙ୍କ ଅନୁମତି ଅନୁଯାୟୀ କରିଥିବ । ତେଣୁ ଆଉ ଗୋଟେ ସରକାର ନ ଆସୁଣୁ କାହାର ଅନୁମତି ନନେଇ ଏପରି କାର୍ଯ୍ୟ କରାଯାଇଅଛି । ଏହା ନିନ୍ଦନୀୟ ଏବଂ ଯେଉଁ ମାନେ ଏଥିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି l । ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ସମସ୍ତଙ୍କୁ ଦୁଃଖ ଦେଉଛି ବୋଲି ସେ କହିଛନ୍ତି ।
Related Stories
November 22, 2024