
ଭୁବନେଶ୍ବର, ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜୟ ପରେ ବିଜୁ ଜନତା ଦଳରେ ମାନସ ମନ୍ଥନ ଚାଲିଛି । ଏହି କ୍ରମରେ ଆଜି ନବୀନ ନିବାସରେ ବରିଷ୍ଠ ବିଜେଡ଼ି ନେତା ଶନିବାର ପହଞ୍ଚି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦେବୀ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, କଳିକେଶ ସିଂଦେଓ,ସଞ୍ଜୟଦାସ ବର୍ମା, ପ୍ରତାପ ଦେବ ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ।
ଦଳର ଆଗାମୀ କାର୍ଯ୍ୟପନ୍ଥା, ଆଭିମୁଖ୍ୟ ତଥା ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ବରିଷ୍ଠ ନେତାମାନେ ସୂଚନା ପ୍ରଦାନ କରିଛନ୍ତି। କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି ।
ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରୁଛନ୍ତି ।