
କୋଲକାତା, ଆଇଆଇଟି ଖଡ଼ଗପୁର ଗତବର୍ଷ ତୁଳନାରେ ୪୯ ନମ୍ବରରେ ପହଂଚି ଭାରତର ଉଚ୍ଚଶିକ୍ଷା ପ୍ରତିଷ୍ଠାନ କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏଥି ସହିତ ଏହି ପ୍ରତିଷ୍ଠାନ ବିଶ୍ଵ ସ୍ତରରେ ୨୨୨ ତମ ସ୍ଥାନ ହାସଲ କରିଛି ।
ନୂତନ କ୍ୟୁଏସ ୱର୍ଲଡ ୟୁନିଭରସିଟି ର୍ୟାଙ୍କିଙ୍ଗ ୨୦୨୫ ଅନୁସାରେ, ଆଇଆଇଟି ଖଡ଼ଗପୁର ଏବେ ଆଇଆଇଟିରେ ତୃତୀୟ ସର୍ବଶ୍ରେଷ୍ଠ ଏବଂ ଦେଶର ଚତୁର୍ଥ ସର୍ବଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନ ଅଟେ । ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀ ବିଶ୍ଵର ଶୀର୍ଷ ୧୫୦ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସାମିଲ୍ ହୋଇଛି । ଯେତେବେଳେ କି, ମୈସାଚୁସେଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି ) ୧୩ ଥର ପାଇଁ ବିଶ୍ଵ ସ୍ତରରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।