ମୁମ୍ବାଇ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲଗାତର ଅଷ୍ଟମ ଥର ପ୍ରମୁଖ ନୀତିଗତସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଆରବିଆଇ ରେପୋ ରେଟକୁ 6.50 ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଏଭଳି ପରିସ୍ଥିତିରେ ଇଏମଆଇରେ ବି କୌଣସି ପରିବର୍ତ୍ତନ ହେବନାହିଁ । ଆରବିଆଇ ଚଳିତ ଆର୍ଥିକ ବର୍ଷ 2024-25 ପାଇଁ ସଫଳ ଘରୋଇ ଉତ୍ପାଦ ବୃଦ୍ଧି ଦର 7.2 ପ୍ରତିଶତ ରହିବା ନେଇ ଅନୁମାନ କରିଛି ।
ଆରବଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଏଠାରେ ମୌଦ୍ରିକ ନୀତି କମିଟିର ସମୀକ୍ଷା ବୈଠକ ପରେ କହିଛନ୍ତି ଯେ, ଏମପିସି ରେପୋ ରେଟ 6.50 ପ୍ରତିଶତ ଉପରେ ଅପରିବର୍ତ୍ତିତ ରଖିବାର ନିଷ୍ପତ୍ତି ନେଇଛି । ବୈଠକରେ 6 ସଦସ୍ୟଙ୍କ ମଧ୍ୟରୁ ଚାରିଜଣ ନୀତିଗତ ସୁଧ ଦରକୁ ସ୍ଥିର ରଖିବା ପକ୍ଷରେ ଥିଲେ । ଚଳିତ ଆର୍ଥିକ ବର୍ଷ 2024-25 ପାଇଁ ଆମେ ଜିଡିପି ବୃଦ୍ଧି ଦର 7.2 ପ୍ରତିଶତ ରହିବାର ଅନୁମାନ କରୁଛୁ ବୋଲି ସେ କହିଛନ୍ତି ।