ନୂଆଦିଲ୍ଲୀ– ସଂସଦ ଭବନ ପରିସରରେ ନକଲି ଆଧାର କାର୍ଡ ଦେଖାଇ ତିନିଜଣ ଲୋକ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ତିନି ଜଣ ଯାକ ଶ୍ରମିକ । ସେମାନଙ୍କ ନାମ କାସିମ, ଶୋଏବ ଓ ମୋନିସ ଅଟେ । ତିନଜଣଙ୍କୁ ଗିରଫ କରାଯାଇଛି । ସଂସଦର ସୁରକ୍ଷାରେ ମୁତୟନ ସିଆଇଏସଏଫର ଯବାନ ତିନିଜଣଙ୍କ ଉଦ୍ୟମକୁ ପଣ୍ଡ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅନେକ ଗୁରୁତର ଧାରା ଆଧାରରେ ଏଫଆଇଆର ରୁଜୁ କରାଯାଇଛି । ଜୁନ 4 ତାରିଖ ଦ୍ୱିପ୍ରହର ସାଢେ ଗୋଟାଏ ବେଳେ ସଂସଦ ଭବନର 3 ନମ୍ବର ଗେଟରେ ଏହି ଘଟଣା ଘଟିଛି ।