-
ଉପକୂଳବର୍ତି ଜିଲ୍ଲା ମାନଙ୍କରେ ଅନୁଭୂତ ହେବ ପ୍ରବଳ ଗରମ ଓ ଗୁଳୁଗୁଳି
ଭୁବନେଶ୍ଵର– ୮ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ରାଜ୍ୟର କେତେକ ସ୍ଥାନରେ ହିଟ୍ ୱେଭ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଆଜି ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ସେହିପରି ୮ ତାରିଖରେ ବଲାଙ୍ଗିର, ବରଗଡ଼ ଓ ନୂଆପଡା ଜିଲ୍ଲା ନିମନ୍ତେ ହିଟ୍ ୱେଭ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୮ ତାରିଖରେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵରରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।
୯ ତାରିଖରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର ଓ ବୌଦ୍ଧରେ ଜିଲ୍ଲା ନିମନ୍ତେ ହିଟ୍ ୱେଭ ନେଇ ଚେତାବନୀ ରହିଛି । ଅନୁରୂପ ଭାବେ ୧୦ ଓ ୧୧ ତାରିଖରେ ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା ନିମନ୍ତେ ହିଟ୍ ୱେଭ ନେଇ ଚେତାବନୀ ରହିଛି ।
ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।