![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ବାରିପଦା, କରଞ୍ଜିଆ ବନଖଣ୍ଡରେ ବୁଲୁଛନ୍ତି ୨୭ଟିକିଆ ଏକ ହାତୀପଲ । ଏହି ହାତୀପଲ ବୈତରଣୀ ନଦୀ ପାର୍ ହୋଇ ହଳଦିଆ ଗ୍ରାମ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ଯାହାକୁ ନେଇ ଆଖପାଖ ଅଂଚଳରେ ରହିଥିବା ପ୍ରାୟ ୧୫ଟି ଗ୍ରାମର ଲୋକ ଭୟଭିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଅନ୍ୟପକ୍ଷରେ ଗ୍ରାମବାସୀ ଏହି ସମୟରେ ଜଙ୍ଗଲ ଭିତରକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।