
ଭୁବନେଶ୍ୱର/ବାଲିଆପାଳ, ବସ୍ ଧୋଉଥିବା ବେଳେ ଡ୍ରେନରେ ପଡି ହେଲପର ମୃତ । ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ତା ଛକରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲପର ଜଣକ ହେଲେ ଅରୁଣ ଜେନା । କେଜିଏନ ନାମକ ଏକ ଘରୋଇ ବସ୍ ଧୋଉଥିବା ବେଳେ ଅସାବଧାନତା ଯୋଗୁ ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ତଦନ୍ତ ଜାରି ରଖିଛି ।