
ଭୁବନେଶ୍ୱର, ବିଏସକେୱାଇ କାର୍ଡକୁ ନେଇ ଲାଗିରହିଥିବା ଚର୍ଚ୍ଚା ଉପରେ ସ୍ପଷ୍ଟିକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି। ଘରୋଇ ଡାକ୍ତରଖାନାଗୁଡ଼ିକ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ବଳବତ୍ତର ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା।