ଭୁବନେଶ୍ବର, ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପିର ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା ହୋଇଛି। ଏଣୁ ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଆଜି ଦିଲ୍ଲୀ ଯିବେ ବୋଲି ଜଣାଯାଇଛି। ଆସନ୍ତାକାଲି ବିଜେପିର ସଂସଦୀୟ ଦଳର ବୈଠକ ବସୁଥିବାରୁ ସେମାନଙ୍କୁ ଦିଲ୍ଲୀରେ ପହଂଚିବାକୁ କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ ଏମାନେ ଏନଡିଏ ସଂସଦୀୟ ବୈଠକରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।