ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନାଞ୍ଚଳ ଅଧିକାରିଣୀଙ୍କ ତତ୍ତ୍ଵାବଧାନରେ ଅଦ୍ୟ ତାରିଖ ୦୫.୦୬.୨୦୨୪ ପୂର୍ବାହ୍ନ ୮ଟା ସମୟରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ RCCF କାର୍ଯ୍ୟାଳୟର ACF ଶ୍ରୀମତୀ ସଂଘମିତ୍ରା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ବନାଞ୍ଚଳ ର ଅଧିକାରିଣୀ ସୁଶ୍ରୀ ପ୍ରଭାତୀ ସେଠ୍ (ACF) ତଥା ମୁଖ୍ୟ ଅତିଥି ପୃଥକ୍ ପୃଥକ୍ ଭାବରେ ଉଦବୋଧନ ଦେଇ ଉକ୍ତ ଦିବସର ତାତ୍ପର୍ଯ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ କୁ ହେମନ୍ତ ସାହୁ ପରିଚାଳନା କରିଥିଲେ ଓ କେସିଙ୍ଗା ସେକ୍ସସନ ବନପାଳ ନାଏକ,ରୁପ୍ରାରୋଡ଼ ସେକ୍ସସନ ର ବନପାଳ ବିଶ୍ଵଜିତ ଠାକୁର କ କଶ୍ରୁପଡା ସେକ୍ସସନ ର ବନପାଲ କରୁଆଁ ବନବିଭାଗ ର ସମସ୍ତ ସେକ୍ସନ ବନପାଳ ତଥା କର୍ମକର୍ତ୍ତା, P- NGO କର୍ମୀ, ମିଡ଼ିଆ ପ୍ରତିନିଧି,ବନ ସୁରକ୍ଷା ସମିତିମାନଙ୍କର ସଭାପତି, ଆନିମେଟର ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟର ପୂର୍ବରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଏହା ପରେ ପରିବେଶ ଦିବସ ଉପରେ ଏକ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପୁଣି କେସିଙ୍ଗା ସେକ୍ସନ ଅନ୍ତର୍ଗତ ତହଁଶିର ପ୍ଲାଣ୍ଟେସନ ସାଇଟ୍ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଦ୍ଵାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିଛି । ଶେଷରେ ଧିରୋଜ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକର୍ମ ସାଙ୍ଗ କରିଥିଲେ।